JAGRUTI LIVE MEDIA

Dear Viewers,
Jagruti Live Media is one of Odisha’s fastest-growing digital news channels, committed to delivering authentic, unbiased, and ground-level journalism. With our tagline “Odisha Mati Ra Khabar”, we bring the voice of the people directly to the public through accurate and impactful reporting.

From the latest breaking news, political updates, entertainment stories, sports coverage, national and international headlines, to exclusive interviews, viral news, and special ground reports — Jagruti Live Media stands as a trusted platform for real stories that truly matter.

Our mission is to connect every corner of Odisha with truthful journalism, highlighting the issues, achievements, culture, and concerns of the people. With a strong focus on credibility, speed, and public interest, Jagruti Live Media continues to grow as a reliable source of news and information for viewers across Odisha and beyond.


JAGRUTI LIVE MEDIA

ଗଣେଶ ପେଣ୍ଡାଲରେ ନିଆରା ବାର୍ତ୍ତା । ନାରୀ ଦୁର୍ବଳ ନୁହେଁ, ସମାଜର ଶକ୍ତି । ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ । ପୂଜା ପେଣ୍ଡାଲରେ ନାରୀ ସମ୍ମାନ ଓ ସଶକ୍ତିକରଣର ସ୍ୱର । ସମାଜକୁ ଏକ ବଡ଼ ବାର୍ତ୍ତା ଦେବାକୁ ଆଗେଇ ଆସିଛନ୍ତି କଟକ ଖାନନଗର ଅଞ୍ଚଳର ଛାତ୍ରଛାତ୍ରୀ । ଚଳିତବର୍ଷ ଗଣେଶ ପୂଜାରେ ନାରୀ ସଶକ୍ତିକରଣ କୁ ଥିମ୍‌ କରିଛନ୍ତି ଛାତ୍ରଛାତ୍ରୀ । ମଣ୍ଡପର ସାଜସଜ୍ଜାର ବିଭିନ୍ନ ପ୍ରଦର୍ଶନୀରେ ରହିଛି ସଚେତନତାମୂଳକ ବାର୍ତ୍ତା । ନାରୀଙ୍କ ଅଧିକାର, ସମ୍ମାନ ଓ ସ୍ୱାବଲମ୍ବନର କଥା । ଝିଅ ଜନ୍ମ ନେଲେ ଭାର ନୁହେଁ, ଭବିଷ୍ୟତର ଆଶା ଜନ୍ମ ନିଏ । ଏଭଳି ବାର୍ତ୍ତା ମାଧ୍ୟମରେ ପୁରୁଣା ମାନସିକତା ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ଏହି ଯୁବପିଢ଼ି । ଆଜିର ନାରୀ ଆଉ କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନୁହେଁ। ଶିକ୍ଷା, କ୍ରୀଡ଼ା, ବିଜ୍ଞାନ, ପ୍ରଶାସନ, ବ୍ୟବସାୟ ଓ ବିଭିନ୍ନ କ୍ଷେତ୍ରରେ ନାରୀ ନିଜ ଦକ୍ଷତାର ପରିଚୟ ଦେଉଛନ୍ତି । ତେଣୁ ନାରୀଙ୍କୁ ସୁଯୋଗ ଦିଅନ୍ତୁ, ସମ୍ମାନ ଦିଅନ୍ତୁ ଏବଂ ତାଙ୍କ ସ୍ୱପ୍ନକୁ ସାହାସ ଦିଅନ୍ତୁ ଏହା ହେଉଛି ଛାତ୍ରଛାତ୍ରୀଙ୍କ ଗଣେଶ ପୂଜାର ମୁଖ୍ୟ ଉଦ୍ଦେଶ୍ୟ ।


#jagrutilivemedia #ganeshchaturthi #SocialMessage

1 day ago | [YT] | 1

JAGRUTI LIVE MEDIA

🔥 Description

From his iconic younger days to his present-day physique, Salman Khan’s fitness journey continues to grab attention. 💪🔥 Then vs Now — the look may have evolved, but the fitness and screen presence remain a major talking point.

Age is just a number when discipline meets dedication! ❤️‍🔥



#SalmanKhan #Bhaijaan #SalmanKhanFitness #ThenVsNow #FitnessIcon #FitnessJourney #Bollywood #BollywoodStar #FitnessMotivation #AgeIsJustANumber #Transformation #FitnessGoals #ViralPost #TrendingNow #CelebrityFitness

2 days ago | [YT] | 1

JAGRUTI LIVE MEDIA

ବିଶ୍ୱ ତୈଳ ଯୋଗାଣକୁ ନେଇ ବଢ଼ିଛି ଚିନ୍ତା। ହର୍ମୁଜ୍‌ ପ୍ରଣାଳୀ, ବାବ୍‌-ଏଲ୍‌-ମନ୍ଦେବ୍‌ ସମୁଦ୍ରପଥ ଏବଂ ସାଉଦି ଆରବର ଇଷ୍ଟ-ୱେଷ୍ଟ ପାଇପ୍‌ଲାଇନ୍‌କୁ ନେଇ ବାଧା ସୃଷ୍ଟି ହୋଇଥିବାରୁ ତୈଳ ପରିବହନ ପ୍ରଭାବିତ ହେବା ଆଶଙ୍କା ରହିଛି। ଯୋଗାଣରେ ଦୀର୍ଘ ସମୟ ଧରି ବାଧା ରହିଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିପାରେ। ଭାରତ ନିଜ ଆବଶ୍ୟକତାର ବଡ଼ ଅଂଶ ଆମଦାନୀ କରୁଥିବାରୁ ଏହାର ପ୍ରଭାବ ଆମଦାନୀ ବିଲ୍‌, ମୁଦ୍ରାସ୍ଫୀତି ଓ ଇନ୍ଧନ ଦର ଉପରେ ପଡ଼ିପାରେ। ସାଉଦି ଆରବ ବିକଳ୍ପ ସମୁଦ୍ରପଥରେ ଏସିଆକୁ ତେଲ ପଠାଇବାକୁ ଚେଷ୍ଟା କରୁଛି।

#jagrutilivemedia #BreakingNews #BreakingNewsToday

5 days ago | [YT] | 2

JAGRUTI LIVE MEDIA

ଖଣି ଆଇନ ପ୍ରତ୍ୟାହାର ଦାବି
କେନ୍ଦ୍ର ସରକାରଙ୍କ ସଂଶୋଧିତ ଖଣି ଆଇନ (ଏମ୍ ଏମ୍ ଡି ଆର) କୁ ପ୍ରତ୍ୟାହାର କରିବା ପାଇଁ ଏକ ପ୍ରେସ ବିବୃତ୍ତି ଜରିଆରେ ଦାବି କରିଛନ୍ତି ଚମ୍ପୁଆ କଂଗ୍ରେସ ଯୁବ ନେତା ଗୁରୁବକ୍ସ ସିଂ ଆହ୍ଲୁୱାଲିଆ । ପୂର୍ବରୁ ତିନୋଟି କୃଷି ଆଇନ ଭଳି ଏହି ସଂଶୋଧିତ ଖଣି ଆଇନ ମଧ୍ୟ କେତେକ ନିର୍ଦ୍ଧିଷ୍ଟ କମ୍ପାନୀ ର ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଆଇନ ଦ୍ୱାରା ଖଣି ଅଞ୍ଚଳର ଜଳ,ଜଙ୍ଗଲ,ଓ ଜମିର ଅଧିକାର ହଡ଼ପ କରିବାର ଯୋଜନାବଦ୍ଧ ଉଦ୍ୟମ ଚାଲି ଥିବାରୁ ଏହାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଅଞ୍ଚଳ ବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ମାନେ ଅଞ୍ଚଳର ବିକାଶ ବଦଳରେ ନିଜ ସ୍ୱାର୍ଥ ସାଧନରେ ବ୍ୟସ୍ତ ଅଛନ୍ତି ବୋଲି ଶ୍ରୀ ଆହ୍ଲୁୱାଲିଆ ଦୁଃଖ ପ୍ରକାଶ କରିଛନ୍ତି ।

#jagrutilivemedia #MMDRACT #BREAKINGNEWS

2 weeks ago | [YT] | 3

JAGRUTI LIVE MEDIA

ସୁନା ପ୍ରେମରେ ବ୍ରେକ୍! ଭାରତୀୟଙ୍କ ବଦଳୁଛି ସୁନା କିଣା ଧାରା?



ଭାରତୀୟଙ୍କ ସୁନା ପ୍ରେମରେ କ’ଣ ଲାଗିଛି ବ୍ରେକ୍? ସୁନା ଆମଦାନୀକୁ ନେଇ ସାମ୍ନାକୁ ଆସିଥିବା ତଥ୍ୟ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ମେ’ ପରଠାରୁ ଭାରତରେ ସୁନା ଆମଦାନୀରେ ଲଗାତାର ହ୍ରାସ ଦେଖାଯାଇଥିବା ଦାବି କରାଯାଉଛି। ଜୁନ୍, ଜୁଲାଇ ଓ ଅଗଷ୍ଟରେ ମଧ୍ୟ ଆମଦାନୀ କମିଥିବା ତଥ୍ୟ ସାମ୍ନାକୁ ଆସିଛି।

ତେବେ ଏହା ପଛରେ କେବଳ ଲୋକଙ୍କ ସୁନା କିଣା ଧାରାର ପରିବର୍ତ୍ତନ ଦାୟୀ କି? ମହଙ୍ଗା ସୁନା ଦର, ଆମଦାନୀ ଡ୍ୟୁଟି ଏବଂ ବଜାରର ପରିସ୍ଥିତି ମଧ୍ୟ ଏହାର ପ୍ରମୁଖ କାରଣ ହୋଇପାରେ। ଅନ୍ୟପଟେ, ଭାରତୀୟ ପରିବାରଙ୍କ ପାଖରେ ପ୍ରାୟ ୩୧ ହଜାର ଟନ୍ ସୁନା ଥିବା ଆକଳନ ମଧ୍ୟ ଚର୍ଚ୍ଚାରେ ରହିଛି।

ଆଗାମୀ ସୁନା ଆମଦାନୀ ତଥ୍ୟ ଭାରତୀୟଙ୍କ ବଦଳୁଥିବା କ୍ରୟ ଧାରା ସମ୍ପର୍କରେ ଆହୁରି ବଡ଼ ସଙ୍କେତ ଦେଇପାରେ। ଆପଣଙ୍କ ମତରେ, ସୁନାର ଦାମ ବଢ଼ିବାରୁ ଲୋକେ ସୁନା କିଣିବା କମାଇଛନ୍ତି କି? କମେଣ୍ଟରେ ନିଜ ମତ ଜଣାନ୍ତୁ।

#Gold #GoldPrice #IndiaEconomy #GoldImport #JagrutiLiveMedia

2 weeks ago | [YT] | 2

JAGRUTI LIVE MEDIA

🎬 ବଡ଼ ପରଦାରେ ଆସୁଛି ‘ଲଙ୍କାଗଡ଼’! | Trailer & Audio Release

ଓଡ଼ିଆ ସିନେମା ଜଗତରେ ନୂଆ କାହାଣୀ ଓ ନୂଆ ଆଶା ନେଇ ଆସୁଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲଙ୍କାଗଡ଼’। ଜଣେ ଶିକ୍ଷକଙ୍କ ସଂଘର୍ଷ, ମାଓବାଦୀ ପ୍ରବଣ ଅଞ୍ଚଳର ପରିବେଶ ଏବଂ ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ଚେଷ୍ଟାକୁ ନେଇ ଗଢ଼ିଉଠିଛି ଏହି ଚଳଚ୍ଚିତ୍ରର କାହାଣୀ।

🎵 ରିଲିଜ୍ ହେଲା ଟ୍ରେଲର ଓ ଅଡିଓ
🎭 ଶୁଭେନ୍ଦୁ ପାଢ଼ୀଙ୍କ ନୂଆ ଅବତାର
🎬 ନିର୍ଦ୍ଦେଶନା: ଆନନ୍ଦ କୁମାର
🎥 ପ୍ରଯୋଜନା: ରମେଶ ନାଏକ
📅 ସେପ୍ଟେମ୍ବର ଶେଷ ସପ୍ତାହରେ ମୁକ୍ତି

ଏହି ଚଳଚ୍ଚିତ୍ରକୁ ନେଇ ଆପଣଙ୍କ ମତ କ’ଣ? କମେଣ୍ଟରେ ଜଣାନ୍ତୁ।

Jagruti Live Media — Odisha Mati Ra Khabar

#LankaGada #OdiaMovie #OdiaCinema #OdiaFilm #TrailerRelease #AudioRelease #Ollywood #OdiaEntertainment #OdiaNews #JagrutiLiveMedia #Odisha #OdishaNews #NewOdiaMovie

1 month ago | [YT] | 6

JAGRUTI LIVE MEDIA

ଜନମତ | ଆପଣଙ୍କ ମତ କଣ?

ଓଡ଼ିଶାର ସବୁଠାରୁ ବଡ଼ ସମସ୍ୟା କଣ?

• ରାସ୍ତା (Road)
• ପାନୀୟ ଜଳ (Water)
• ଚାକିରି (Jobs)
• ସ୍ୱାସ୍ଥ୍ୟସେବା (Healthcare)

ଆପଣଙ୍କ ମତରେ ଏହା ମଧ୍ୟରୁ କେଉଁ ସମସ୍ୟା ସବୁଠାରୁ ଗୁରୁତର? ନା କି ଆପଣଙ୍କ ଅଞ୍ଚଳରେ ଅନ୍ୟ କୌଣସି ବଡ଼ ସମସ୍ୟା ରହିଛି?

💬 କମେଣ୍ଟରେ ନିଜର ମତାମତ ଜଣାନ୍ତୁ।
📢 ଏହି ପୋଷ୍ଟକୁ Share କରନ୍ତୁ, ଯାହାଦ୍ୱାରା ଅଧିକ ଲୋକଙ୍କ ମତାମତ ଜଣାପଡ଼ିବ।

#Odisha #PublicOpinion #OdishaNews #JagrutiLiveMedia #VoiceOfPeople

1 month ago | [YT] | 6

JAGRUTI LIVE MEDIA

🏥 ସରକାରୀ ହସ୍ପିଟାଲର ସେବାରେ ଆପଣ ସନ୍ତୁଷ୍ଟ କି?

ଓଡ଼ିଶାର ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକଙ୍କ ମତ ଭିନ୍ନ ଭିନ୍ନ। କେଉଁଠି ଉନ୍ନତ ସେବା ମିଳୁଥିବାବେଳେ, ଆଉ କେଉଁଠି ଡାକ୍ତରଙ୍କ ଅଭାବ, ଦୀର୍ଘ ଅପେକ୍ଷା ଓ ଔଷଧ ସମସ୍ୟା ନେଇ ଅଭିଯୋଗ ଉଠୁଛି।

👉 ଆପଣଙ୍କ ଅଞ୍ଚଳର ସରକାରୀ ହସ୍ପିଟାଲର ସେବା କେମିତି?

💬 କମେଣ୍ଟରେ ନିଜର ମତାମତ ଜଣାନ୍ତୁ।
👍 ପୋଷ୍ଟକୁ ଲାଇକ୍ କରନ୍ତୁ।
📢 ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେୟାର କରନ୍ତୁ।

Jagruti Live Media – ଓଡ଼ିଶା ମାଟିର ଖବର

#Odisha #Healthcare #PublicOpinion #Hospital #JagrutiLiveMedia

1 month ago | [YT] | 5

JAGRUTI LIVE MEDIA

ଓଡ଼ିଶାରେ ଦୁର୍ଘଟଣା କମାଇବା ପାଇଁ ସବୁଠୁ ପ୍ରଥମେ କଣ ବଦଳିବା ଉଚିତ? ଆପଣଙ୍କ ମତ କଣ?

#RoadSafety #ସଡ଼କସୁରକ୍ଷା #ଦୁର୍ଘଟଣା #ଜନମତ #JagrutiLiveMedia

1 month ago | [YT] | 2

JAGRUTI LIVE MEDIA

ପେପର ଲିକ୍ ବନ୍ଦ ପାଇଁ କଠୋର ଆଇନ ଦରକାର କି? ଆପଣଙ୍କ ମତ କଣ?

#PaperLeak #ପରୀକ୍ଷା #ଛାତ୍ରଛାତ୍ରୀ #ଜନମତ #JagrutiLiveMedia

1 month ago | [YT] | 2